ଓଡ଼ିଶା ଜୀବିକା ମିଶନ ଇ. ସି. ସଂଘ ତରଫରୁ ଘୁନେଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଧୁମ୍‌ଧାମ୍‌ରେ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ତରଫରୁ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଘୁନେଶ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲୈବାନି ଭୋଇ ସମ୍ମାନିତ ଅତିଥି, ପୂର୍ବତନ ସରପଞ୍ଚ ଛବିଳ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପ୍ରାଧନୀ ଯୋଗ ଦେଇଥିଲେ । ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ପୂର୍ବତନ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଓଡ଼ିଶା ମିଶନ ଶକ୍ତି ଜୀବିକା ଇ.ସି. ସଂଘ ସଭାପତି କିରନ ଭୋଇ ନିଶା ନିବାରଣ ବିଷୟ ନେଇ ଟିକିନିଖି ଭାବରେ ବୁଝାଇ କହିଥିଲେ ଏବଂ ଉପସ୍ଥିତ ଅତିଥି ମାନଙ୍କୁ ରକ୍ଷୀ ବାନ୍ଧିଥିଲେ । ଏହି ରକ୍ଷାବନ୍ଧନ ଉତ୍ସବ ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗ୍ରାମପଞ୍ଚାୟତରେ ଏହା ପ୍ରଥମ ବର୍ଷ ପାଳିତ ହୋଇଯାଇଛି । ଏଥିପାଇଁ ଘୁନେଶ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ କାଦବେଡା ଗାଁର ସିଆର୍‌ପି ସୁଷମା ନାଗ ନିଶା ନିବାରଣ ବିଷୟରେ ଏକ ସୁନ୍ଦର୍ ଭାବରେ ବର୍ଣ୍ଣିତ କବିତାଟିଏ ବୁଝାଇ କହିଥିଲେ । ଏହି ରକ୍ଷାବନ୍ଧନ ଉତ୍ସବରେ ଘୁନେଶ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ପ୍ରତ୍ୟେକ ଗାଁ ଗୁଡ଼ିକରୁ ସମସ୍ତ ସିଆର୍‌ପି ସଦସ୍ୟା, ଏମ୍‌ବିକେ ମହିଳା ବୃନ୍ଦ ଏବଂ ସମସ୍ତ ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ଗାଁ ସାଥି ଶୁକଦେବ ନାଗ ଓ ଗ୍ରାମର ଭଦ୍ରବ୍ୟକ୍ତିମାନେ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.