jsm

ପାଇକମାଲ ଗୋପପୁର ପୂଜ୍ୟ ଶ୍ରୀ ନରସିଂହ ବାବା ଆଶ୍ରମରେ ନବନ୍ନ ପର୍ବ ଓ ରକ୍ଷାବନ୍ଧନ ପାଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜରଙ୍ଗଦଳ ପଦ୍ମପୁର ଜିଲ୍ଲା ସଂଯୋଜକ ଓମ୍‌ପ୍ରକାଶ ମେହେରଙ୍କ ନେତୃତ୍ଵରେ ବଜରଙ୍ଗଦଳ ସଦସ୍ୟ ପାଇକମାଲ ବ୍ଲକ ଗୋପପୁର ସ୍ଥିତ ପୂଜ୍ୟ ଶ୍ରୀ ନରସିଂହ ବାବା ଆଶ୍ରମରେ ଅନୁଷ୍ଠିତ ବାର୍ଷିକ ନବାନ୍ନ ମହୋତ୍ସବରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ ଗ୍ରହଣ ପରେ ଆଶ୍ରମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସେବୀକା ଭଉଣୀମାନେ ବଜରଙ୍ଗଦଳ ସଦସ୍ୟଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇରୂପେ ଗ୍ରହଣ କରି ଭାଇଭଉଣୀର ସମ୍ପର୍କକୁ ନିବିଡ଼ କରିଥିଲେ । ଏହି ଉତ୍ସବ ସମାଜରେ ସମରସତା ଓ ସମର୍ପଣକୁ ପ୍ରୋତ୍ସାହିତ କରିବା ଏବଂ ସମାଜର ଏକତା, ଭାତୃତ୍ଵର ଭାବନାକୁ ମଜ୍‌ବୁତ୍‌ କରିବା ଅଟେ । ଏହି ଉତ୍ସବ କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସାମାଜିକ, ସାଂସ୍କୃତିକ ଏକତାକୁ ମଧ୍ୟ ଉତ୍ସାହିତ କରୁଛି । ଭଉଣୀ ମାନଙ୍କୁ ରକ୍ଷାବନ୍ଧନ ପରେ ଉପହାର ସଦୃଶ ଖଣ୍ଡା ପ୍ରଦାନ କରିଛନ୍ତି । ଓମ୍‌ପ୍ରକାଶ ମେହେର ପ୍ରତିକ୍ରିୟାରେ ପ୍ରକୃତ ସମୟ ସଠିକ୍‌ ଦ୍ରବ୍ୟ ଉପହାର ଦିଆ ନହେଲେ ସମାଜ ଅସନ୍ତୁଳିତ ହେବାର ସମ୍ଭାବନା ଥାଏ ବୋଲି କହିଲେ । ବଜରଙ୍ଗଦଳର ଏହି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ଉତ୍ସବ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରତୀକ ହେଉ ଏହା ହିଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

yuvodaya
Leave A Reply

Your email address will not be published.