ଧର୍ମଶାଳା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ୨ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏଇ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସମର୍ପିତ ସାଂସ୍କୃତିକ ସଭାରେ ଦ୍ୱିତୀୟ ବର୍ଷର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲେ । ଖେଳ ଶିକ୍ଷକ ଗୋବିନ୍ଦ ପ୍ରଧାନ, ଗ୍ରନ୍ଥାଗାରିକ ରାଜେନ୍ଦ୍ର ବେଦବାକ, ଗଦାଧର ପ୍ରଧାନ, ବିଭୀଷଣ ପ୍ରଧାନ ଓ ନୀଳାମ୍ବର ଝାଙ୍କର ସାହାଯ୍ୟ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଂଯୋଜନାରେ ଉଭୟ ବର୍ଷର ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ କବିତା ପାଠର ଆୟୋଜନ ହୋଇଥିଲା ।

Leave A Reply

Your email address will not be published.