ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଆଜାଦୀକା ଅମୃତ ମହୋତ୍ସବ ଅଧିନରେ ଆରମ୍ଭ ହୋଇଥିବା ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ପାଳିତ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରତି ଘରେ ଜାତୀୟ ପତାକା ଲଗାଇ ଭାରତର ସ୍ୱାଧୀନତା ଦିବସ ସହିଦ୍ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ପ୍ରେରଣା ଦିଆଯାଇଥିଲା । ଅଧ୍ୟକ୍ଷ ଶ୍ରୀ ବାରିକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗପୂତ ଭାବନା ଓ ବଳୀଦାନକୁ ସମ୍ମାନ ଜଣାଇବା ଓ ଦେଶ ଗଠନ ପାଇଁ ତାଙ୍କ ପବିତ୍ର ପଥକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଜାତୀୟତାବୋଧକ ସଙ୍ଗୀତ ପରିବେଷଣ କରିବା ସହିତ ଏକ ଶପଥ ପାଠ ମଧ୍ୟ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.