ବଙ୍ଗୋମୁଣ୍ଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଜମିଦାର ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ମହିଳା ଓ ପୁରୁଷ ପ୍ରଥମେ ମାଁ ଜାଡେନ ଓ ମାଁ ଦ୍ୱାରସେନିଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ବଙ୍ଗୋମୁଣ୍ଡା ନଗର ପରିକ୍ରମା କରିଥିଲେ । ପରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା ସଭାପତି ବିରଞ୍ଚି ଭୋଇ, ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ସମ୍ପାଦକ ଦୁର୍ଜନ ମାଝୀ, ପ୍ରଗଣା ସଭାପତି ଚକ୍ରଧର ଜାନୀ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ସମ୍ପାଦକ ମହାଦେବ ଭୋଇ, ବେଳଗାଁ ପଞ୍ଚାୟତ ସଂଘ ସଭାପତି ଡୋଲ ଭୋଇ, ମୁଣ୍ଡପଦର ପଞ୍ଚାୟତ ସଭାପତି ପୁରନ୍ଦର ଭୋଇ, ସିଲେଟପଡ଼ା ରାଜୀବ ମାଝି, ଖଇରା ସୀମାଞ୍ଚଳ ଭୋଇ, ବରକାନି ବଳଦେବ ଭୋଇ, ଗୋହିରାପଦର ଗ୍ରାମ୍ୟ ସଂଘ ସଭାପତି ଗୌରାଙ୍ଗ ଭୋଇ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା କନ୍ଦର୍ପ ଭୋଇ, ସଭାନେତ୍ରୀ ସନ୍ତୋଶିନୀ ଭୋଇ, ସବିତା ଭୋଇ, ଜ୍ୟୋତ୍ସ୍ନାରାଣୀ ସିଂ ଭୋଇ, ପୂର୍ବତନ ସୈନିକ ଯୁବରାଜ ମାଝୀ, ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ଉପଦେଷ୍ଟା ନେତ୍ରମଣି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ଆଦିବାସୀ ମାନେ କିଭଳି ଭାବରେ ଅତ୍ୟାଚାର ଓ ଶୋଷଣର ଶିକାର ହେଉଛନ୍ତି । ସରକାର କିଭଳି ଭାବରେ ଆଦିବାସୀ ମାରଣ ନୀତି ଅବଲମ୍ବନ କରୁଛନ୍ତି । ନକଲି ଆଦିବାସୀଙ୍କୁ ବାହାର କର ଓ ସମସ୍ତଙ୍କୁ ପଟ୍ଟା ପ୍ରଦାନ, ଆଦିବାସୀ ମାନଙ୍କ ସୁରକ୍ଷା, ବିଶ୍ୱ ଆଦିବାସୀ ଦିବସ ଦିନକୁ ଛୁଟି ଘୋଷଣା କରାଯାଉ ବୋଲି ଦାବି କରିଥିଲେ । ଏହି ଅବସରରେ ସମସ୍ତ ଆଦିବାସୀ ଏକ ହୋଇ କେମିତି ଆଦିବାସୀ ଭାଇଭଉଣୀ ମାନଙ୍କୁ ସଚେତନ କରିବା ଏହା ସହ ଆଦିବାସୀ ମାନଙ୍କ ଅଧିକାର ସବୁ କେମିତି ରକ୍ଷା କରାଯିବ ସେନେଇ ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସମେତ ବିଭିନ୍ନ ବ୍ଲକର ଆଦିବାସୀ ଭାଇଭଉଣୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.