ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ତଡ଼ିଲେ ବଜରଙ୍ଗଦଳ କର୍ମୀ ଓ ସ୍ଥାନୀୟ ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭାରତର ପଡୋଶୀ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପରିପ୍ରେକ୍ଷୀରେ ଆଗଲପୁର ଓ ଭରସୁଜା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ଅସ୍ଥାୟୀ ଭାବେ ରହି ବୁଲା ବେପାରୀ କାମ କରୁଥିବା ସନ୍ଦିଗ୍ଧ ବାଂଲାଦେଶୀ ଲୋକଙ୍କୁ ସେମାନଙ୍କ ଆଧାର କାର୍ଡ ମଗାଯିବା ସହିତ ଅଞ୍ଚଳରୁ ତୁରନ୍ତ ଚାଲିଯିବା ପାଇଁ ବାଧ୍ୟ କରିଛନ୍ତି ବଜରଙ୍ଗ ଦଳର କିଛି କର୍ମୀ ଓ ସ୍ଥାନୀୟ ବାସିନ୍ଦା । ଏପରିକି କେତେକ ସ୍ଥାନରେ ବାଂଲାଦେଶୀଙ୍କୁ କିଛି ଲୋକ ମାଡ ମାରିଥିବା ଖବର ମିଳିଛି । ବାଂଲାଦେଶୀ ଯୁବକ ମାନେ ମଧ୍ୟ ଚାରିଚକିଆ ଯାନ ଯୋଗେ ଅନ୍ୟତ୍ର ଚାଲି ଯାଉଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସହିତ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଜଣାଯାଇଛି ।

Leave A Reply

Your email address will not be published.