ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ କୃମି ନାଶକ ଦିବସ ଓ ଦ୍ୱିତୀୟ ପିଟିଏମ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଶାକର୍ମୀ ବିତିସୁତା କୁମ୍ଭାର ଓ ମେଡିକାଲ ଟିମ୍‌ ଆସି ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଆଲବେଣ୍ଡାଜଲ୍ ବଟିକା ଖୁଆଇଥିଲେ । ସେହିପରି ପୂର୍ବାହ୍ନ ୧୦ଟା ସମୟରେ ଦ୍ୱିତୀୟ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା ସମିତି ତଥା ଉନ୍ନୟନ କମିଟି (ପିଟିଏମ୍) ବୈଠକ ଅନୁଷ୍ଠିତ ହୋଇଥିଲା । ଅଭିଭାବକ ଟୁନା ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବଛାତ୍ର ରାଧାରମଣ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କଳ୍ପେ ଅଂଶ ଦାନ, ସମୟ ଦାନ ଓ ଶ୍ରମ ଦାନ କରିବାକୁ ଅଭିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ୩୫ ଜଣ ଅଭିଭାବକ, ଅଭିଭାବିକା ଯୋଗଦାନ କରି ଗଠନ ମୂଳକ ପ୍ରସ୍ତାବମାନ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଓ ବିନ୍ଦୁ ମହାଣା ସହଯୋଗ କରିଥିଲେ । ଶେଷରେ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.