ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅଭିଭକ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୪୧ ଜଣ ଅଭିଭାବକ, ଅଭିଭାବିକା ଯୋଗଦାନ କରିଥିଲେ ବୈଠକରେ ଛାତ୍ରଛାତ୍ରୀ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ଅନ୍‌ଲାଇନ୍‌ ସୁରକ୍ଷା ଓ ସାଇବର ସଚେତନତା, ସୁରଭି, ୟୁଥ ଓ ଇକୋକ୍ଲବ, ବେଟି ବଚାଓ ବେଟି ପଢାଓ ବିଷୟରେ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଏବଂ ଜ୍ୟୋତିର୍ମୟୀ ପଟ୍ଟନାୟକ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲା ପରିଦର୍ଶନ ଟିମ୍ ବେଣୁଧର ବରିହା, ଇଶୁ ବତ୍ସ, ରଜନିଶ୍ କୁମାର ଯୋଗଦାନ କରି ଅଭିଭାବକ ମାନଙ୍କୁ ତାଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ । ଅଭିଭାବକ ମାନେ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.