ପୁଞ୍ଜିପଥରରେ ସଡ଼କ ଦୁର୍ଘଟଣା : ବାଇକ୍‌କୁ ଧକ୍କା ଦେଲା କାର୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରାସ୍ତା ପୁଞ୍ଜିପଥର ମନ୍ଦିର ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କ୍ଷେତ କାମ ସାରି ଅଣ୍ଡାଲପୁରୀ ଗ୍ରାମର ଚକ୍ର ମାଝି ନାମକ ଜଣେ ବ୍ୟକ୍ତି ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଦୃତଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଆହତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.