ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାୟକ ଦୁର୍ଗା ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛିଦିନ ହେବ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ଡକାୟତି, ହତ୍ୟା ଓ ଅପହରଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । କେବଳ ସେତିକି ନୁହେଁ ଇସ୍ପାତ ସହରରେ ସହରାଞ୍ଚଳରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦର କାରବାର ସହିତ ସଟ୍ଟା ଖେଳ, ଗଞ୍ଜେଇ କାରବାର ଏବଂ ଫରୁଗ୍ସ ଓ ଜୁଆ ଖେଳ ମଧ୍ୟ ଦୃଗତିରର ବୃଦ୍ଧି ପାଇଚାଲିଛି । ଏହିସବୁ ବେଆଇନ କାର୍ଯ୍ୟକୁ ରୋକିବାରେ ସମ୍ପୃକ୍ତ ଥାନା କର୍ତ୍ତୃପକ୍ଷ ବିଫଳ ଥିବାରୁ ଏହି ସବୁ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତମାନଙ୍କର ସାହାସ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଏସ୍‌ପି ଦାୟିତ୍ୱରେ ଥିବା ବରିଷ୍ଟ ଆଇପିଏସ୍‌ ଅଧିକାରୀ ତଥା ଡିଆଇଜିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ଆଲୋଚନା ପରେ ଡି. ଆଇ. ଜି. ମହୋଦୟ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ଅତିଶୀଘ୍ର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ ବିଧାୟକଙ୍କ ସହ ବିଜେପିର ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ଅକ୍ଷୟ ଦାଶ ଏବଂ ସତ୍ୟ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.