oom

ଦିଲ୍ଲୀ ପ୍ରବାସ କାଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ନବନିର୍ବାଚିତ ବିଧାୟକ ଦୁର୍ଗା ଚରଣ ତନ୍ତୀ ଦିଲ୍ଲୀ ଯାତ୍ରା କରିବା ପରିପ୍ରେକ୍ଷୀରେ ସେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସେଲ ଅଧ୍ୟକ୍ଷ ଅମରେନ୍ଦ୍ର ପ୍ରକାଶଙ୍କୁ ଭେଟି ଥିଲେ । ସେ ଜୁଏଲ ଓରାମଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଲୟରେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଏହି ଅଂଚଳର ବିକାଶ ଓ ଉନ୍ନତି, ଯୁବକ ଓ ଯୁବତୀମାନଙ୍କ ରୋଜଗାର ସମ୍ବଦ୍ଧିତ ବିଭିନ୍ନ ବିଷୟ ଉପରେ ସକାରାତ୍ମକ ଆଲୋଚନା କରିଥିଲେ । ଶ୍ରୀ ତନ୍ତୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସୌଜନ୍ୟ ମୂଳକ ସାକ୍ଷାତ କରିବା ଅବସରରେ ରାଉରକେଲାକୁ ଶିକ୍ଷା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ସହିତ ବିଶେଷ ଭାବେ ନିଯୁକ୍ତି କ୍ଷେତ୍ରରେ କିଭଳି ଭାବେ ବିଭିନ୍ନ ସଂସ୍ଥା ମାନେ ଆକର୍ଷିତ ହେବ ତାଉପରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ଏହାପରେ ଶ୍ରୀ ତନ୍ତୀ ଷ୍ଟିଲ୍‌ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଅମରେନ୍ଦ୍ର ପ୍ରକାଶଙ୍କୁ ଭେଟି ସୌଜନ ମୂଳକ ସାକ୍ଷାତ କରିବା ସହିତ ବିକଶିତ ଓଡିଶା ଗଠନରେ ସେଲର ସହଯୋଗ ଓ ସାହାଯ୍ୟ ନିତାନ୍ତ ଆବଶ୍ୟକ ବୋଲି କାମ୍ୟ କରିଥିଲେ । ଜସ୍ଵଶୀ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ବିକଶିତ ଓଡ଼ିଶା’କୁ ସିଦ୍ଧ କରିବା ପାଇଁ ସେଲ ଆଗେଇ ଆସିବା ସହିତ ଓଡ଼ିଶାର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତିର କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବାପାଇଁ ଅନୁରୋଧ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.