ଭିନେଶ, ଆପଣ ଚାମ୍ପିୟନଙ୍କ ମଧ୍ୟରେ ଚାମ୍ପିୟନ : ପ୍ରଧାନମନ୍ତ୍ରୀ

  • ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ୟାରିସ୍ ଅଲିମ୍ପିକ୍ସର ଅନ୍ତିମ ମୁକାବିଲା ପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଏକ୍ସ ପୋଷ୍ଟରେ ଏହା କହିଛନ୍ତି; ‘ଭିନେଶ, ଆପଣ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନ ! ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆପଣ ଭାରତର ଗର୍ବ ଓ ପ୍ରେରଣା । ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ । ଏହା ସହିତ, ମୁଁ ଜାଣେ ଯେ, ଆପଣ ଧୈର୍ଯ୍ୟର ପ୍ରତୀକ ଅଟନ୍ତି । ଆହ୍ୱାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି । ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ । ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ ।

Leave A Reply

Your email address will not be published.