ମୁଖିଗୁଡା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଭାଲୁକୁ ଉଦ୍ଧାର କଲା ବନବିଭାଗ

ଜୟପାଟଣା, (ଶେଷଦେବ ବେହେରା/ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ଥିବା ମୁଖିଗୁଡା ଠାରେ ଗତ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନାଯୋଗ୍ୟ ଯେ, ମୁଖୀଗୁଡା ଓଏଚ୍‌ପିସି ମହୁଲପାଟଣା ଘାଟି ରାସ୍ତାରେ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ । ପରବର୍ତ୍ତୀ ସମୟରେ ଗୁରୁବାର ରାତିରେ ମୁଖୀଗୁଡା ଗାଁକୁ ଭାଲୁ ଚାଲି ଆସିଥିବା ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଲୋକେ ଭାଲୁକୁ ଦେଖି ଗୋଡ଼ାଇବା ଫଳରେ ଭାଲୁ ଓଏଚ୍‌ପିସିର ଏକ ଗୋଦାମ ଘରେ ଲୁଚି ଯାଇଥିଲା । ଡିଏଫ୍ଓ, ଉଦ୍ଧାରକାରୀ ଦଳ ଓ ଜୟପାଟଣା ବନବିଭାଗର ମିଳିତ ଉଦ୍ୟମରେ ଏହି ଭାଲୁଟିକୁ ଶୁକ୍ରବାରଦିନ ଉଦ୍ଧାର କରାଯାଇଛି । ଭାଲୁ ଉଦ୍ଧାର ହେବାପରେ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରିଛନ୍ତି ।

Leave A Reply

Your email address will not be published.