jsm

ବିକାଶ ଉଇସଡମ ପାର୍କ ପରିସରରେ ‘ସମ୍ବଲପୁରୀ ଦିନ୍’ ପାଳିତ

csstore

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ବିକାଶ ଉଇସଡମ ପାର୍କ ପରିସରରେ ଗୁରୁବାର ‘ସମ୍ବଲପୁରୀ ଦିନ୍’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଡ. ଅଜୟ କୁମାର ମିଶ୍ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଡ. ପରମେଶ୍ୱର ମୁଣ୍ଡ ଅଧ୍ୟାପକ ତଥା ଓଡ଼ିଆ ବିଭାଗୀୟ ମୁଖ୍ୟ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ, ଧ୍ୟାନାନନ୍ଦ ପଣ୍ଡା ପ୍ରତିଷ୍ଠାତା ପ୍ରତିଭା ଅନୁଷ୍ଠାନ, ଭୀମସେନ ସାହୁ ବିଶିଷ୍ଟ ସମ୍ବଲପୁରୀ ନୃତ୍ୟ ଗୁରୁ, ପ୍ରତାପ ଚନ୍ଦ୍ର ଦାସ ଅଧ୍ୟାପକ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ ବିକାଶ, ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡି.ରାମ କୁମାର ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ଗଣ ନିଜ ବକ୍ତବ୍ୟରେ ସମ୍ବଲପୁରୀ ଭାଷା, ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତର ରକ୍ଷଣ ତଥା ଉନ୍ନତି ଦିଗରେ କାର୍ଯ୍ୟ କରିବା ଏବଂ ଏଥି ନିମନ୍ତେ ଗର୍ବ ଅନୁଭବ କରିବାକୁ ଆହ୍ୱାନ ଦେଇଥିଲେ । ପରେ ପରେ ବିକାଶ ଆବାସିକ ବିଦ୍ୟାଳୟର ପ୍ରାୟ ୩୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସାମୁହିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟକ୍ଷା ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.