oom

ତାଲଜୁରିରେ ଅଙ୍ଗନୱାଡ଼ି କର୍ମୀଙ୍କୁ ବିଦାୟ ସମ୍ୱର୍ଦ୍ଧନା

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ତାଲଜୁରି ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଚନ୍ଦନ ତୁଳା ନନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀପତି ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହରେ ପଞ୍ଚାୟତ ସରପଞ୍ଚ ହିମାଞ୍ଚଲ ମେହେର, ସମିତି ସଭ୍ୟ ମିଶ୍ର ବରିହା, ସାମ୍ବାଦିକ ବିମଳେନ୍ଦୁ ସାହୁ, ବଲାଙ୍ଗିର ତହଁକ୍ ସାହିତ୍ୟ କୁଟୁମର ସମ୍ପାଦକ ରାଜେଶ୍ ଦଣ୍ଡସେନା, ଘସିଏନ୍ ପଦ୍ମାଦେବୀ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ୍ କାଳେପ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିଗଣ ଶ୍ରୀମତୀ ନନ୍ଦଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କ ଉଜ୍ୱଳ ନିରାମୟ ଭବିଷ୍ୟତ ଜୀବନ କାମନା କରିଥିଲେ । ଗ୍ରାମର ଶତାଧିକ ବ୍ୟକ୍ତି ମାନଙ୍କ ସହିତ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟା ଗଣ ଉପସ୍ଥିତ ରହି ଶ୍ରୀମତୀ ନନ୍ଦଙ୍କ ଗୁଣଗାନ କରିଥିଲେ । ଏହି ଅବସର ସଭାରେ ଏକ କୋହଭରା ପରିବେଶ ସୃଷ୍ଟି ହୋଇଥିଲା । ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଏତେ ଭଲ ପାଇବା ତଥା ସମ୍ବର୍ଦ୍ଧନା ଦେଖି ନିମନ୍ତ୍ରିତ ଅତିଥିଗଣ ବହୁ ପ୍ରଶଂସା କରିଥଲେ । କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମର ଧନଞ୍ଜୟ ବିଶ୍ଵାଳ, ଜଗନ୍ନାଥ ସାହୁ, ବିକାଶ ମେହେର, ଯୁବରାଜ ସାହୁ, ପ୍ରହଲ୍ଲାଦ ସାହୁ, ତରୁଣ ପଟ୍ଟନାୟକ, ରାଧେଶ୍ୟାମ ନାଏକ, ପ୍ରେମାନନ୍ଦ ସାହୁ, ଅଙ୍ଗନୱାଡ଼ି କର୍ମୀ ରେବତୀ ମେହର, ପ୍ରୀୟବତି ମେହେର, ସହାୟିକା ଆଶା ବାଗ, ମନ୍ଦାକିନୀ ହାତୀ, ପାର୍ଥବି ନାଏକ, ମଞ୍ଜୁଲତା ସେଠ୍‌, ପ୍ରବିଣା ବାରିକ୍ ସହଯୋଗ କରିଥିଲେ । ଶିକ୍ଷକ ତଥା କବି ଦିଲ୍ଲୀପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୁମରମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.