କେବେ ସୁଧୁରିବ ଚାରପାଣି ରାସ୍ତା : ଗ୍ରାମବାସୀ ଅସନ୍ତୋଷ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ବଡ ବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ନିଆଲ ପଡା ରାସ୍ତା କାଦୁଅରେ ପଚ୍ ପଚ୍ । ସୂଚନାଯୋଗ୍ୟ ଯେ, ଗାଁ ଲୋକେ କହିବା ମୁତାବକ ଅନେକ ଥର ପଞ୍ଚାୟତ ପ୍ରଶାସନଙ୍କୁ ଗୁହାରି କରିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଗୁହାରି ଶୁଣିନଥିବା କହିଛନ୍ତି । ଏଥିରେ ଗାଁ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଯେ, କେବେ ଆମ ଚାରପାଣି ନିଆଲ ପଡା ରାସ୍ତା ସୁଧୁରିବ । ବର୍ଷା ଦିନରେ ଜନସାଧାରଣଙ୍କ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଗୋଚର କରାଯାଉ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ ।

Leave A Reply

Your email address will not be published.