oom

ଦୂର ସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ତା – ୩୦/୦୭/୨୦୨୪ ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଇନ୍ଦୁପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଭାରତୀୟ ଟେଲିକମ ପ୍ରାଧିକରଣଙ୍କ ସହାୟତାରେ ବିକାଶ ଅନୁଷ୍ଠାନ ବ୍ରହ୍ମପୁର, ଗଞ୍ଜାମ ଦ୍ଵାରା ସାଇବର ଅପରାଧ ଓ ଆଧୁନିକ ଟେଲିଫୋନ ଗ୍ରାହକଙ୍କ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରମିଳା ସେନାପତି ଓ ପ୍ରତିନିଧି ବିମଳ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଘାଟନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିକାଶର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାଶ ଯୋଗଦେଇ ସ୍ଵାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ଉଦ୍ଦେଶ୍ଵରେ ଅବଗତ କରାଇଥିଲେ । ବିକାଶ ଅନୁଷ୍ଠାନର ପ୍ରଦୀପ କୁମାର ପାଢୀ ସଂଯୋଜନା କରିଥିବା ବେଳ ଏଥିରେ, ଏୟାରଟେଲ ଓ ଜିଓ, ଭୋଡାପୋଂନ ଏବଂ ଆଇଡିଆର୍‌ ପ୍ରତିନିଧି ମାନେ ପ୍ରିୟାଂସୁ ବିଶ୍ୱାଳ, ପୁରୁଷୋତ୍ତମ ଜୟସିଂହ ଜିଓ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ତତ୍‌ ସହିତ ଅନ୍ୟ ତମ ଅତିଥି ରୂପେ ସ୍ଥାନୀୟ ସମାଜସେବୀ ଅଶୋକ କୁମାର ପେଣ୍ଠୋଇ, ନହିଳା ମହାସଂଘର ସଭାନେତ୍ରି କୁନି ସେନାପତି, ଅଭୟମୁଖୀ ଗ୍ରାମପଂଚାୟତର ନାୟବ ସରପଂଚ ବାସୁଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଟେଲିକମ୍‌ ସେବାର ଉପାଦେୟତା ଏବଂ ସାଇବର କ୍ରାଇମ୍ ସମ୍ପର୍କିତ ନିରାପତ୍ତା ଉପରେ ଆଲୋଚନା କରିଥିବା ବେଳେ ବିକାଶ ଅନୁଷ୍ଠାନ ତରଫରୁ ଟିଆର୍‌ଏଆଇ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏଥିରେ ଛାତ୍ରୀ ଅଙ୍ଗନୱାଡି କର୍ମୀ ଏବଂ ଏସ୍‌ଏଚ୍‌ଜି ମହିଳାମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.