ଗରଗଡବାହାଲର ଶତାୟୁ ମହିଳା ଶିରିଶ ଛତ୍ରିଆଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ ସଦର ମହକୁମାର ଶତାୟୁ ତଥା ସବୁଠାରୁ ବୟସ୍କା ମହିଳା ଶିରିଶ ଛତ୍ରିଆ(୧୦୫)ଙ୍କର ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଶେଷ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଛଅ ପୁଅ ଗିରିଧାରୀ, ତରଣୀ, କେଶର, ହରିଚନ୍ଦ୍ର, ପ୍ରସନ୍ନ ଓ ଡମ୍ବରୁ ତଥା ତାଙ୍କ ଝିଅ, ଜ୍ୱାଇଁ ଯୋଗଧ୍ୟାନ, ଉର୍ମିଳା, ବୈଦେହୀ, ନାତି ଦେବରାଜ, କ୍ଷୀରସିନ୍ଧୁ, ପୂର୍ବତନ ସରପଂଚ ଭକ୍ତବନ୍ଧୁଙ୍କ ସହ ଗାଁର ପୂର୍ବତନ ସମିତି ସଭ୍ୟ କୃପାସିନ୍ଧୁ ଭୋଇ, ଅଭି, ଲଲି, ଗୋବିନ୍ଦ, ବଳରାମ, ସୁରେଶ, ଜୟଶନ, ଭୋଦେବ, ନବୀନ, ଶିବା, ଖିଳେଶଙ୍କ ସହ ସମସ୍ତ ପରିବାର, ଜ୍ଞାତିକୁଟୁମ୍ବ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ପୁଅ ଗିରିଧାରୀ ଓ ତରଣୀ ମୁଖାଗ୍ନି ଦେଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

jittmm
Leave A Reply

Your email address will not be published.