jayashree

୨୫ତମ କାରଗିଲ ବିଜୟ ଦିବସ ସ୍ମୃତିରେ ବୃକ୍ଷରୋପଣ

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶ ଓ ମାତୃଭୂମିର ରକ୍ଷା କରିବାକୁ ଯାଇ ନିଜର ସର୍ବସ୍ୱ ବଳିଦାନ ଦେଇଥିବା ବୀର ପୁତ୍ର ମାନଙ୍କୁ ସଲାମ । ଆଜି କାରଗିଲ ବିଜୟ ଦିବସକୁ ୨୫ ବର୍ଷ ପୂରଣ ହୋଇଯାଇଛି । ଠିକ୍‌ ଆଜିର ଦିନରେ ଦୀର୍ଘ ୬୦ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ବିଜୟୀ ହୋଇ କାରଗିଲ ଟାଇଗର୍‌ ହିଲ୍‌ରେ ଭାରତୀୟ ପତାକା ଉଡାଇଥିଲେ ଭାରତୀୟ ବୀର ସୈନିକ । ହେଲେ ଏହି ବିଜୟ ହାସିଲ କରିବାକୁଯାଇ ଅନେକ ବୀର ପୁତ୍ର ନିଜର ପ୍ରାଣର ବଳିଦାନ ଦେଇଥିଲେ ତାଙ୍କର ସ୍ମୃତିରେ ତଥା କାରଗିଲ ବିଜୟ ଦିବସର ୨୫ତମ ବର୍ଷ ପାଳନ ଅବସରରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ବରଗଡ଼ ପଞ୍ଚାୟତ କଲେଜ ଆଲୁମିନି ସଦସ୍ୟଙ୍କ ମିଳିତ ଉଦ୍ୟମରେ କଲେଜ ପରିସରରେ ୨୫ ଗୋଟି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା । ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜ ଆଲୁମିନି ସଦସ୍ୟ ଅମିତ ସାହୁ, ପଞ୍ଚାୟତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ବିଜୟ ନାଗ ଏବଂ ପିଇଟି ଅଧ୍ୟାପକ ତନ୍ମୟ ସାହୁ ଏବଂ ସଂକଳ୍ପ ପରିବାର ସଭାପତି ବିକାଶ କୁମାର ଅଗ୍ରୱାଲ ଓ ବିକାଶ ଭୋଇ, ନିଲେସ ପଧାନ, ଚନ୍ଦନ ପଧାନ, ଦେବାଶିଷ ଡାଙ୍ଗ, ଚିନ୍ମୟ ପାଣ୍ଡେ, ସୁରେନ୍ଦ୍ର ଭୁଏ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ଓ ଲଗାଯାଇଥିବା ସମସ୍ତ ବୃକ୍ଷର ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.