ଗୋମାଂସ ବୋଝେଇ ଟ୍ରକ୍‌ ଜବତ : ୨ ଗିରଫ

କଟକ : ଏଥର ଗୋଚାଲାଣ ନୁହେଁ ବରଂ ସିଧାସଳଖ ବାହାରକୁ ଚାଲାଣ ହେଉଛି ଗୋମାଂସ । କଟକ ତିଗିରିଆ ଅଞ୍ଚଳରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣି ନିକଟରେ ଗୋମାଂସ ବୋଝେଇ ଟ୍ରକ୍‌କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଏହାପରେ ଉକ୍ତ ଟ୍ରକ୍‌କୁ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ଅନୁଯାୟୀ, ଏକ ଟ୍ରକ୍‌ରେ ଗୋମାଂସ ବୋଝେଇ ହୋଇ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା । ଯାହାର ଖବର ପାଇ ସ୍ଥାନୀୟ ଲୋକ ଏବଂ ଗୋ ସୁରକ୍ଷା ବାହିନୀ ଉକ୍ତ ଗାଡିକୁ ଅକଟାଇଥିଲା । ଖୁଣ୍ଟୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ଜେରା କରୁଛି ।

Leave A Reply

Your email address will not be published.