ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ : ୨ ମୃତ, ୨ ଗୁରୁତର

ପିପିଲି : ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ । ପିପିଲି ତେଇଶିପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛପଟୁ ପିଟିଲା କାର୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର । ସୂଚନାନୁଯାୟୀ, ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଭୁବନେଶ୍ୱର ଫେରୁଥିବା ସମୟରେ ଦୁର୍ଘଟଣା । ପିପିଲି ତେଇଶିପୁର ନିକଟରେ ଏକ କାର୍ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.