ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ : ୫ ଯାତ୍ରୀ ଆହତ

ରାଉରକେଲା : ରାଉରକେଲାରୁ ସୁନ୍ଦରଗଡ଼ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦିତନଗର ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆଜି ସକାଳ ପ୍ରାୟ ୮ଟାରେ ଖୁସ୍‌ବୁ ବସ୍‌ ୧୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସୁନ୍ଦରଗଡ଼ ବାହାରିଥିଲା । ଉଦିତନଗର ମ୍ୟୁନସିପାଲ୍‌ କଲେଜ ଛକ ନିକଟରେ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା । ଟ୍ରକ୍‌ ଡ୍ରାଇଭରକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.