ସାପ କାମୁଡ଼ାରେ ଜଣେ ବୃଦ୍ଧା ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଲିଟିସର୍ଗି ପଞ୍ଚାୟତ ସ୍ଥିତ ଦହନାପାଲି ଗାଁର ଜଣେ ବୃଦ୍ଧାଙ୍କୁ ଏକ ବିଷଧର ସାପ କାମୁଡ଼ିବାରୁ ମୃତ୍ୟୁବରଣ କରିଛନ୍ତି । ଖବର ଅନୁସାରେ, ଦହନାପାଲି ଗାଁର କଳମେ ବେୱା (୭୦) ନାମକ ବୃଦ୍ଧା ଜଣକ ନିଜ ଗାଈ ଗୁହାଳକୁ ଗୋବର ଗୋଟେଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଏହା ପରେ ଅବସ୍ଥା ଗୁରୁତର ହେବାରୁ ବୃଦ୍ଧାଙ୍କୁ ଖଡ଼ିଆଳ ମିଶନ ହସ୍ପିଟାଲକୁ ନିଆଯିବା ବାଟରେ ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.