csstore

ହାର୍‌ଭେଷ୍ଟ୍ ପ୍ଲସ୍ ବାୟୋ ଫର୍ଟିଫାଏଡ ଧାନ ବିହନ ବଣ୍ଟନ

ବିଜେପୁର, (ହେମନ୍ତ ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ସବୁଜିମା କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ହାର୍‌ଭେଷ୍ଟ୍ ପ୍ଲସ୍ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ବାୟୋ ଫର୍ଟିଫାଏଡ ଉତ୍ପାଦିତ ଉନ୍ନତମାନର ଧାନ ବିହନ ଚାଷୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଉତ୍ପାଦକ କମ୍ପାନୀର ସିଇଓ ରଶ୍ମି ରଞ୍ଜିତା ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପୁର କୃଷି ଅଧିକାରୀ ସୌମ୍ୟରଂଜନ ବେହେରା, ବୈଷୟିକ ଅଧିକାରୀ ଉତ୍ସବ ସାହୁ, ଉଦ୍ୟାନ କୃଷି ସମ୍ପ୍ରସାରଣ ଅଧିକାରୀ ଦୀପିକା ପଧାନ ଉପସ୍ଥିତ ରହି ଚାରିଟି ଗାଆଁ ତାଳପଦର, କାନ୍ ପୁରୀ, ବାନ୍ଦୂପାଲି, ବାରଗୁଡ଼ାର ୨୦ ଜଣ ଚାଷୀଙ୍କୁ ସଚେତନ କରିବା ସହ ସମ୍ପୂର୍ଣ୍ଣ ମାଗଣାରେ ବିହନ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା ଯେ, ଗ୍ରାମରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାକୁ ଦୂରୀକରଣ କରିବା ଏବଂ ଗୋଟେ ଶାରୀରିକ ସୁସ୍ଥ ସମାଜ ଗଠନ କରିବା । କାରଣ ଏହି ବାଇଓ ଫର୍ଟିଫାଏଡ୍‌ ଧାନରେ ପ୍ରଚୁର ମାତ୍ରାରେ ଆଇରନ୍‌ ଓଜୀଙ୍କ ଭରି ରହିଛି । ସମସ୍ତ ଚାଷୀ ସବୁଜିମା କୃଷକ ଉତ୍ପାଦକ କମ୍ପାନୀର ଅଂଶୀଦାର ସଦସ୍ୟ ଥିଲେ । ବିହନକୁ ଚାଷ କରି ଭବିଷ୍ୟତରେ ବିହନ ଭଣ୍ଡାର କରି ସମସ୍ତଙ୍କ ଘରେ ଘରେ ଖାଦ୍ୟକୁ ପହଂଚାଇବା ଲକ୍ଷ୍ୟ ରଖାଯାଇଛି । ଶେଷରେ ସବୁଜିମା କମ୍ପାନୀର କର୍ମଚାରୀ ଭାସ୍କର ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପ୍ତି କରିଥିଲେ ।

jayashree
Leave A Reply

Your email address will not be published.