ମାଣ୍ଡୋସିଲ୍‌ରେ ଜଘନ୍ୟ ହତ୍ୟାକାଣ୍ଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ୍‌ ଅଞ୍ଚଳରେ ହତ୍ୟାକାଣ୍ଡ । ଜଣକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ସୂଚନା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ୍‌ ଗାଁର ପିଙ୍କୁ ସାହୁଙ୍କୁ ବିଳମ୍ବିତ ରାତ୍ରିରେ କିଛି ଯୁବକ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହାଣିଥିଲେ । ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେବାପରେ ତାଙ୍କୁ ନୂଆପଡା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.