କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲା ବିଜେପି ସଭାପତିଙ୍କୁ ରାଣୀପୁର ଝରିଆଲ ଟ୍ରଷ୍ଟ କମିଟି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

  • ଡବଲ ଇଞ୍ଜିନ୍‌ ସରକାର ପୀଠର ବିକାଶ କରିବ : ଜିଲ୍ଲା ସଭାପତି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ସର୍ବପ୍ରାଚୀନ ତଥା ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି ସମ୍ବର୍ଦ୍ଧନା ସଭାରେ ଆବାହକ ଅନିଲ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ଯୋଗ ଦେଇଥିବା ବଲାଙ୍ଗିର ସାଂସଦ ପ୍ରତିନିଧି ଅନିଲ ନାଏକ ରାଣୀପୁର ଝରିଆଲ ବିକାଶ ପାଇଁ ଏବେ ଠିକ୍ ସମୟ ଆସିଯାଇଛି ବୋଳି ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆସିଯାଇଛି ତେଣୁ ଶହଶହ ବର୍ଷ ଧରି ଏତେ ବଡ ପିଠ ଉନ୍ନତି ନହୋଇ ବିଳନ ହେବାକୁ ଯାଉଥିବା ନିଶ୍ଚୟ ଚିନ୍ତାର ବିଷୟ ତେଣୁ ଆଗକୁ ପିଠର ଉନ୍ନତି ଓ ବିକାଶ କିପରି ହୋଇପାରିବ ତା ଉପରେ କାମକରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଭାବେ ବିଧାୟକ ଶ୍ରୀ ବାଗ ମୁଁ ନୁଆ ବିଧାୟକ ହୋଇ ଆସିଥିଲେ ହେଁ ଏହି ପିଠ ପ୍ରତି ମୋର ସମ୍ମାନ ରହିଛି । ପିଠ ପାଇଁ ମୁଁ ଯେତେବେଳେ ଯୋଉ କାମରେ କହିବେ ନିଶ୍ଚୟ କରିବି ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ତେବେ ଉପସ୍ଥିତ ଥିବା ଅଞ୍ଚଳବାସୀ ଶହଶହ ବର୍ଷ ଧରି ଏହି ପିଠକୁ ଆମେ ବଞ୍ଚାଇ ରଖିଛୁ । କିନ୍ତୁ ମାତ୍ର କିଛି ବର୍ଷ ହେଲା ଏଏସ୍‌ଆଇ ଏହି ପିଠକୁ ନିଜ ହାତକୁ ନେଇଛି ହେଲେ ଯୋଉ ଦିନଠାରୁ ନେଇଛି ଏଠାରେ ସତେ ଯେମିତି ଇଂରେଜ ଶାସନ ଚଳାଉଥିବା ଅଭିଯୋଗ କରିଥିଲେ । ତେଣୁ ଏଏସ୍‌ଆଇ ହାତରୁ ହଟାଇ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରି ଏହି ପିଠର ଉନ୍ନତି ଓ ବିକାଶ କରାଇବାରେ ସହାୟକ ହୁଅନ୍ତୁ ବୋଲି ଉପସ୍ଥିତ ଟ୍ରଷ୍ଟ କମିଟି ଓ ଅଞ୍ଚଳବାସୀ ବିଧାୟକ ଓ ସଭାପତିଙ୍କୁ ଅନୁରୋଧ କରିଥିଲେ । ଏବଂ କିଛି ଦିନ ପରେ ହେବାକୁଥିବା ଶ୍ରାବଣ ମାସ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏଏସ୍‌ଆଇ ବିଭାଗ ଯେମିତି କୌଣସି କଟକଣା ଲଗାଇ ଭକ୍ତଙ୍କୁ ହଇରାଣ ହରକତ ନକରିବେ ସେ ଉପରେ ମଧ୍ୟ ଦୁଇ ନେତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶେଷରେ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ବିଧାୟକଙ୍କୁ ଏକ ସ୍ମୃତି ଚିତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଖିରସିନ୍ଧୁ ଭୋଇ, ଇନ୍ଦ୍ରମଣି ଭୋଇ, ପର୍ମାନନ୍ଦ ଭୋଇ , ମଞ୍ଜେସ ମେହେର, ସନ୍ତୋଷ ତ୍ରିପାଠୀ, ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ, ଯୁବରାଜ ବାଗ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ଗୋପୀନାଥ ସାହୁ, ପ୍ରହଲ୍ଲାଦ ସାହୁ, ଧନିରାମ ଭୋଇ, ରମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.