ଦିଲ୍‌ଦାର୍ ବସ୍‌କୁ ଧକ୍କା ଦେଲା କିଙ୍ଗଫିସର୍‌ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତିରେ ବଲାଙ୍ଗିର ଭାଗିରଥି ଛକରେ ଶୋଚନୀୟ ବସ୍‌ ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁଇଟି ଦ୍ରୁତଗାମୀ ବସ୍‌ ନବରଙ୍ଗପୁରରୁ ଭୁବନେଶ୍ୱର ପଟକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଧକ୍କା ହେବା ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ବସ୍‌ର ଯାତ୍ରୀମାନେ । ଦିଲ୍‌ଦାର୍ ବସ୍‌କୁ ପଛପଟୁ ଜୋର୍‌ରେ ଧକ୍କା ଦେଇଛି କିଙ୍ଗଫିସର୍‌ ବସ୍ । ଓଭର୍‌ଟେକ୍‌ କାରଣରୁ ଏଭଳି ଶୋଚନୀୟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ କିଙ୍ଗଫିସର୍ ବସ୍‌ର ସାମ୍ନା ପଟ ଚୂ୍‌ରମାର୍‌ ହୋଇଯାଇଥିବା ଦେଖାଯାଇଛି । ଏହି ଘଟଣାରେ ଚାରି ପାଞ୍ଚ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଲାଙ୍ଗିର ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.