oom

ରାଜବୋଡ଼ା ସମ୍ବର୍ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୃଥିବୀ ପୃଷ୍ଠରେ ବଢ଼ୁଥିବା ତାପମାତ୍ରା ଓ ଅସନ୍ତୁଳିତ ପାଣିପାଗର ଏକ ମାତ୍ର ଉପାୟ ହେଉଛି ବ୍ୟାପକ ବୃକ୍ଷରୋପଣ । ଜୁଲାଇ ମାସ ହିଁ ବୃକ୍ଷରୋପଣ କରିବାର ଉପଯୁକ୍ତ ସମୟ ଯଦିଓ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ଭାବରେ ପାଳନ କରାଯାଉଛି । ଏହି କ୍ରମରେ ଆଜି ସ୍ଥାନୀୟ ରାଜବୋଡ଼ା ସମ୍ବର୍ ହାଇସ୍କୁଲ ପ୍ରାଙ୍ଗଣରେ ସୂର୍ଯ୍ୟ ନାରାୟଣ ଦ୍ୱିବେଦୀ (ଅତିରିକ୍ତ ଜିଲ୍ଲା ବିଚାରପତି) ଦେବାଶିଷ ଦାସ (ବରିଷ୍ଠ ଦଣ୍ଡାଧି କାରୀ ତଥା ଦେୱାନୀ ବିଚାରପତି) ଶ୍ରୀମତୀ ଧୃବୀ ସୋଲାଙ୍କି (ଉପଖଣ୍ଡୀୟ ଦଣ୍ଡା ଧିକାରୀ ତଥା ଦେୱାନୀ ବିଚାରପତି) ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ, ସହ ବ୍ଲକ ଶିକ୍ଷାଅଧିକାରୀ ରାମ ସିଂ ଭୋଇ ଓ ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନି ସାହୁଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସ୍କୁଲ ଛାତ୍ରଙ୍କ ଉପସ୍ଥିତିରେ ଏହି ମାନ୍ୟଗଣ୍ୟ ଅତିଥି ଗଣ ଗୋଟିଏ ଗୋଟିଏ ଚାରାରୋପଣ କରି ସମସ୍ତଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଭିଳାଷ ସାହୁ, ହରେକୃଷ୍ଣ ମେହେର, ରୁଦ୍ରାଙ୍ଗଦ ବାରିକ, ସୁଶ୍ରୀ ପ୍ରଭାସିନୀ ସା ଓ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.