ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାରେ ବନ ମହୋତ୍ସବ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ବିଶ୍ଵ ତାପନରୁ ମୁକ୍ତି ପାଇବା ପାଇଁ ସମସ୍ତେ ବୃକ୍ଷରୋପଣ କରିବାକୁ ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଗୁରୁ ସନ୍ତୋଷ କୁମାର ସାହୁ ଯୋଗଦେଇ ସୁସ୍ଥ ପର୍ଯ୍ୟାବରଣ ମଣିଷ ସମାଜକୁ ସୁସ୍ଥ ରଖେ ବୋଲି କହିଥିଲେ । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଇକୋ କ୍ଲବ୍‌ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା ସମିତିର ସଦସ୍ୟ, ସଦସ୍ୟା, ଅଭିଭାବକ, ଅଭିଭାବିକା, ପୂର୍ବ ଛାତ୍ରଛାତ୍ରୀ ଯୋଗଦେଇ ଚାରାରୋପଣ କରିଥିଲେ । ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ବିନ୍ଦୁ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.