csstore

ବଜ୍ରାଘାତ ପରିବାରକୁ ସହଯୋଗ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଖଲିଆପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେୱାନଡିହି ଗ୍ରାମରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଆଜି ବିଜେପିର ଏକ ପ୍ରତନିଧି ଦଳ ଏହି ଗାଁକୁ ଯାଇ ମୃତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅସୁବିଧା ସମ୍ପର୍କରେ ବୁଝିଥିଲେ । ମୃତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ଶୁଦ୍ଧିକ୍ରିୟା ନିମନ୍ତେ ସମ୍ବଳର ଅଭାବ ଉପଲବ୍ଧି କରି ଏହି ପ୍ରତିନିଧି ଦଳ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିଥିଲେ ଏବଂ ପୀଡ଼ିତ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ତତ୍କାଳ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ବ୍ୟବସ୍ଥା କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ବିଜେପିର ପ୍ରୀତେଶ ବହିଦାର, ଅଶୋକ ମିଶ୍ର, ସରୋଜ ପାଣିଗ୍ରାହୀ, କେତନ ମେହେର, ଶାନ୍ତି ସାହା, କୁନାଳ ପାଣିଗ୍ରାହୀ, ଆଦିତ୍ୟ ରଥ, ହରି ସିଂ, ନରେଶ ସାହୁ, ମଣ୍ଟୁ ପାଣ୍ଡେ, ନୀତେଶ ବାଗ, ଦୀନେଶ ବାରିକ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.