csstore

ବରଗଡ ଅଗ୍ରସେନ ଛକ ଠାରେ ରାସ୍ତାରୋକ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ସମୟରୁ ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଏକ ଗାଇର ଚିକିତ୍ସା ଓ ଥଇଥାନ ପାଇଁ ଦିନ ତମାମ ସ୍ଥାନୀୟ ଲୋକେ ବରଗଡ଼ ପୌର ପରିଷଦକୁ ଯୋଜଯୋଗ କରି ହଇରାଣ ହୋଇ ଯାଇଥିଲେ ମାତ୍ର ରାତି ୭.୩୦ଟା ପର୍ଯ୍ୟନ୍ତ କେହି ଆସିନଥିଲେ ଓଲଟା ଏବେ କିଛି କରାଯାଇପାରିବ ନାହିଁ ସକାଳ ହେଲେ ଯାହା ହେବ ବୋଲି ଉତ୍ତର ରଖିଥିଲେ । ଯାହାଫଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉଗ୍ରସେନ ଛକ ଠାରେ ରାସ୍ତାରୋକ ଆନ୍ଦୋଳନକୁ ଓହ୍ଲାଳାଇ ଥିଲେ । ବରଗଡ଼ ସହରରେ ଏତେ ସଂଖ୍ୟାରେ ଗୋରୁଗାଇ ବୁଲୁଛନ୍ତି ହେଲେ ପୌରପରିଷଦ ଆଖି ବୁଜି ଚୁପବସିଛି ଯାହାଫଳରେ ନିତିଦିନ ସଡ଼କ ଦୁର୍ଘଟଣା ଘଟୁଛି । ଯେତେବେଳେ ଲୋକେ ପୌର ପରିଷଦକୁ ଅଭିଯୋଗ କରୁଛନ୍ତି ସେତେବେଳେ ମଧ୍ୟ ପୌରପରିଷଦ ମୂକ ସାଜି ବସିବା ଅତି ଦୁର୍ଭାଗ୍ୟ ଜନକ ବିଷୟ ଅଟେ ।

jayashree
Leave A Reply

Your email address will not be published.