csstore

ଘରେ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ, ( ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ କେହି ନ ଥିବା ସୁଯୋଗ ଦେଖି କେହି ଦୁର୍ବୃତ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଘରେ ଛାତ୍ରୀ ଜଣକ ଏକୁଟିଆ ଥିବା ଜାଣି ଦୁର୍ବୃତ୍ତ ଜଣକ ଏଭଳି କାଣ୍ଡ ଘଟାଇଥିବା ବେଳେ ଘଟଣା ବିଷୟରେ ଖବର ପାଇ ଗଞ୍ଜାମ ଥାନା ମହିଳା ଏସଆଇ ସୁପ୍ରଭା ସାହୁ ଘଟଣା ସ୍ଥଳରେ ପହଂଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛନ୍ତି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ପ୍ରଥମ ଘଟଣା ବୋଲି ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି । ସନ୍ଦେହରେ ପୋଲିସ ପଚରା ଉଚରା ଜାରି ରଖିଥିବା ବେଳେ ଖବର ଶେଷ ସୁଦ୍ଧା କୌଣସି ଏତଲା ହୋଇନଥିବା ଆଇଆଇସି ନମିତା ପାତ୍ର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.