csstore

ପାଣ୍ଡ୍ରିଡୁଙ୍ଗୁରି ଠାରେ ବନ ମହୋତ୍ସବ ସପ୍ତାହ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ଲୋଇସିଂହା ସେକ୍ସନର ପାଣ୍ଡ୍ରିଡୁଙ୍ଗୁରି ଠାରେ କାମ୍ପା ଓ ଏଏନ୍ଆଇ ପ୍ଲାଣ୍ଟଟେସନ ମଧ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ୍ ହରପାଲ ଏବଂ ଫରେଷ୍ଟର ବାବୁଲା ଦାସଙ୍କ ଉପସ୍ଥିତିରେ ପଟୁଆପାଲି ସରପଞ୍ଚ ରବିଚନ୍ଦ୍ର ବସ୍ତିଆ, ସମିତି ସଭ୍ୟ ନିର୍ମଳ ଭୋଇ, ଡୁମେରପାଲି ଗ୍ରାମର ଦ୍ରୋଣ ନାଏକ, ପାଣ୍ଡ୍ରିଡୁଙ୍ଗୁରି ଗ୍ରାମର ସନ୍ତୋଷ ମିର୍ଦ୍ଧା, ପୁରନ୍ଦର ମହାକୁର ତଥା ମା ମାହେଶ୍ୱରୀ ସମେତ ଅନ୍ୟାନ୍ୟ ୧୪ ଗୋଟି ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ । ସ୍ଥାନୀୟ ସମସ୍ତ ବନ କର୍ମଚାରୀ ତଥା ଗ୍ରାମବାସୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.