ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ରଥଯାତ୍ରା ପାଳନର ପ୍ରସ୍ତୁତି ପାଇଁ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ରଥ କମିଟିର ଏକ ପ୍ରସ୍ତୁତି ବୈଠକ ଗତ ୩୦.୦୬.୨୦୨୪ ରେ ଚାନ୍ଦ ମନ୍ଦିର ପରିସରରେ କମିଟିର ସଭାପତି ପ୍ରଦୀପ ଚନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ରଥ ଉପରେ ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜୟ ସୁପରିଚାଳନା ଉପରେ ବିଶେଷ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ମାଉସୀ ଘର ରୂପେ ରାମ ଚରିତ ମାନସ ମନ୍ଦିର (ଡେର୍ଲିମାର୍କେଟ)ରେ ହେବା ପାଇଁ ସ୍ଥିରକୃତ ହୋଇଛି । ଏହି ଉପଲକ୍ଷେ ରାମ ଚରିତ ମାନସ ମନ୍ଦିରରେ ପ୍ରତ୍ୟେହ ଚାନ୍ଦ ମନ୍ଦିର ରଥ କମିଟି ତରଫରୁ ସର୍ବ ସାଧାରଣଙ୍କ ପାଇଁ ଆନନ୍ଦ ବଜାରରେ ଅନ୍ନଭୋଗ ବଣ୍ଟନ କରାଯିବା ସହିତ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦଶ ଅବତାର ତଥା ବିଭିନ୍ନ ବେଶ ଦର୍ଶନ, ହେରା ପଂଚମୀରେ ଲକ୍ଷ୍ମୀ ଠାକୁରାଣୀଙ୍କ ରଥ ଭାଙ୍ଗିବା, ଷଷ୍ଠୀରେ ରଥ ମୋଡ, ନବମୀରେ ପୋଡ ପିଠା ଭୋଗ ଓ ଦଶମରେ ଖିଚିଡି ଭୋଗ, ପହଣ୍ଡି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାହୁଡାଯାତ୍ରା ଠିକ୍‌ ସମୟରେ ଅନୁଷ୍ଠିତ ହେବା ସହିତ ପବିତ୍ର ବଡ ଏକାଦଶୀରେ ଶ୍ରୀଜିଉମାନଙ୍କ ରଥ ଉପରେ ସୁନାବେଶ ଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଭଜନ ସମାରୋହ ଅନୁଷ୍ଠିତ ହେବା ପାଇଁ ସ୍ଥିରକୃତ ହୋଇଛି, ଦ୍ୱାଦଶୀରେ ମହାପ୍ରଭୁଙ୍କ ଅଧରପଣା ନୀତି, ତ୍ରୟୋଦଶୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିଳାଦ୍ରୀ ବିଜୟ ଓ ପରିଶେଷରେ ମହା ଆରତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ପଦ୍ମଲୋଚନ ଯୋଷୀ, ଅଶୋକ କୁମାର ଚାନ୍ଦ, ଅନିଲ କୁମାର ଠାକୁର, ସୁଧାନିଧି ହୋତା, ରାଜୀବ ମିଶ୍ର, ଧୃବ ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ଦ୍ୱିଜରାଜ ମିଶ୍ର, ନିମାଇଁ ଚରଣ ହାତୀ, ମହେନ୍ଦ୍ର ବାଗ, ଛାୟାକାନ୍ତ ସାହୁ, ସୁଧିର ଚାନ୍ଦ, ସତ୍ୟନାରାୟଣ ଶତପଥି, ସନ୍ତୋଷ କୁମାର ଅଗ୍ରୱାଲ, ଜୟକୃଷ୍ଣ ପଟେଲ, ରାଜିବ ବେହେରା ତଥା ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପରୋକ୍ତ ବିଷୟରେ ଆଲୋଚନା କରାଯାଇ ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରାଗଲା ।

jittmm
Leave A Reply

Your email address will not be published.