ପୋଡ଼ାପଦର ଗ୍ରାମରେ ଗ୍ରାମୀଣ ପାଠାଗାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧିନସ୍ଥିତର ପୋଡ଼ାପଦର ଗ୍ରାମରେ ବହୁ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ଗତ ଶନିବାର ଏକ ପାଠାଗାର ସ୍ଥାନୀୟ ସରପଞ୍ଚ ସୁଜାତା ଦାସଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଯୁବ ସମାଜ ଆଜିକାଲି ବହି ପଠନରୁ ଦୂରେଇ ଯାଉଛନ୍ତି, ପୂର୍ବରୁ ଗ୍ରାମାଞ୍ଚଳରେ ଭାଗବତ ଟୁଙ୍ଗୀ ପାଠାଗାରର ଭୂମିକା ନିର୍ବାହ କରୁଥିଲା । ଯୁବକମାନେ ସମୟକୁ ସଦ୍‌ବିନିଯୋଗକରି ବିଭିନ୍ନ ବିଷୟରେ ଅଧ୍ୟୟନ କରି ନିଜର ଭବିଷ୍ୟତ ଗଢିବା ସହ ଗ୍ରାମର ଉନ୍ନତିରେ ଏହି ପାଠାଗାରର ସଦସ୍ୟମାନେ ଉଦ୍ୟମ କରିବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ପାଠାଗାର ସଭାପତି ବି. ହରିବନ୍ଧୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଡି. ସଞ୍ଜୟ, କୋଷାଧ୍ୟକ୍ଷ ଏମ୍‌. ବି. ମଧୁଙ୍କ ସମେତ ନନ୍ଦ କିଶୋର ସାହୁ, ଏ. ରବି, ଡି. ଭୈରବୀ, ବି. ରାଜେଶ୍ୱରୀ, ବି. ଭଗବାନ, ରମେଶ ମହାରଣା, ଡି. ସାଗର, ଡି. ଚନ୍ଦ୍ରଶେଖର, ଡି. ଗଣେଷ, ଚେନ୍ଦ୍ରେୟା ପାତ୍ର, ଡି. ଜୀବନ, ବି. ଶିବାଜୀଙ୍କ ସହ ସମସ୍ତ ସଦସ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.