csstore

ବଜ୍ରପାତରେ ୬ ମେଣ୍ଢା ମୃତ : ପଶୁପାଳକ ଗୁରୁତର ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘଣିପୁର ପଂଚାୟତ ଗଡ଼ ବେଗୁନିଆପଡା ଗ୍ରାମର ସନାତନ ଦାସ ଆଜି ଅପରାହ୍ନରେ ମେଣ୍ଢା ଚରାଉଥିବା ସମୟରେ ବଜ୍ରପାତ ଘଟି ୬ଟି ମେଣ୍ଢାଙ୍କ ମୃତ୍ୟୁ ହେବା ସହ ନିଜେ ସନାତନ ଦାସ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.