ଜରୁରୀକାଳୀନ ସ୍ଥିତି କରି ଗଣତନ୍ତ୍ର ହନନର ସ୍ମୃତିରେ କଳା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ୱାଧୀନତା ପରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭାରତରେ ଉଦ୍ୟମ କରାଯାଇଥିଲା । ନିଜର ମନମୁଖୀ ଶାସନ ପାଇଁ ତଦ୍‌କାଳୀନ ସରକାର ୧୯୭୫ ଜୁନ ୨୫ରେ ଗଣତନ୍ତ୍ରର ହତ୍ୟା କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଜନସାଧାରଣ ନିଜର ମୌଲିକ ଅଧିକାରରୁ ବଞ୍ଚିତ ହେଲେ । ଦୈନିକ ଜୀବନ ଚର୍ଚ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଗଲା । ଲୋକ ମାନଙ୍କ ଜୀବନରେ ଏକ ଭିନ୍ନ ମୋଡ଼ ଦେଖାଗଲା । ତେଣୁ ଏହି ଦିବସର କଳାକାରନାମାକୁ ମନେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ଡଳ ପକ୍ଷରୁ ମୁଣ୍ଡରେ କଳା କପଡା ବାନ୍ଧି କଳା ଦିବସ ପାଳନ କରିଛି । ଜିଲ୍ଲା ଉପସଭାପତି ସରୋଜ ସାମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଜେପି ବିଧାନ ସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ଗୋବର୍ଦ୍ଧନ ଅଗ୍ରୱାଲ, ଡା. ଲମ୍ବୋଦର ପଣ୍ଡା, ସତ୍ୟ ବେହେରା, ସୁଶାନ୍ତ ନାଗ, ପଙ୍କଜ ସାହୁ, କୈଳାସ ଦିଶ୍ରୀ, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ସଞ୍ଜୟ ବେହେରା, ବିକି ଅଗ୍ରୱାଲ, ପ୍ରତାପ ତାଣ୍ତି ପ୍ରମୁଖ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.