ଖଲିଆପାଲି ଏକଦିବସୀୟ କ୍ରିକେଟ ମ୍ୟାଚରେ ଜାମୁଟିଆ ଚାମ୍ପିଆନ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଡିସି ପଡିଆଠାରେ ଏକ ଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫଟାବାହାଲ ଏବଂ ଜାମୁଟିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜାମୁଟିଆ ଦଳ ଗୋଟିଏ ଓଭରରେ ୧୩ ରନ ସଂଗ୍ରହ କରିଥିଲା । ଜବାବରେ ଫଟାବାହାଲ ଦଳ ଗୋଟିଏ ଓଭରରେ କେବଲ ୫ ରନ ସଂଗ୍ରହ କରିପାରିଥିଲା ଏବଂ ୮ ରନରେ ମ୍ୟାଚ ହାରି ଯାଇଥିଲା । ଜାମୁଟିଆ ଦଲର ଆଲୋକ ଯୋଷୀ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.