ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ବଲାଙ୍ଗିର ବିଧାନସଭା କାର୍ଯ୍ୟାଳୟ ଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ବିଧାନସଭା ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଏଥିରେ ଯୋଗଦାନ କରିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ବଳିଦାନଙ୍କୁ ସ୍ମୃତିଚାରଣ କରାଯାଇଥିଲା । ନଗରର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ନଗର ସଭାପତି ପିତାମ୍ବର ଖମାରିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

Leave A Reply

Your email address will not be published.