oom

ପାଇକମାଲରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଗଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ଚଳିତ ବର୍ଷ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସହ ଶୃଙ୍ଖଳିତ ରଥଯାତ୍ରା ପାଇଁ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ବୈଠକରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ବ୍ରହ୍ମପୁରା ବ୍ରାହ୍ମଣ ସମାଜର ଉଦ୍ଦୋକ୍ତୋ ଗଣ ଉପସ୍ଥିତ ରହି ଚଳିତ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କର ପୂଜା ନିତୀକାନ୍ତୀ କିଭଲି ଶୃଙ୍ଖଳାର ସହ ହେବ ଆଲୋଚନା କରିଥିଲେ । ମୁଖ୍ୟତ ରଥଯାତ୍ରା ସମୟରେ ପ୍ରବଳ ଜନସମାଗମ ହେବାର ଆଶା ରହିଥିବାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ଶାନ୍ତି ଶୃଙ୍ଖଳା ପ୍ରତି କମିଟି ଧ୍ୟାନ ଦେବ ବୋଲି ମତ ପ୍ରକାଶ ପାଇଥିଲା । ନୂତନ ପରିଚାଳନା କମିଟିରେ ସଭାପତି ଭାବେ ସରୋଜ ସାମଲ, ଉପସଭାପତି ଜୟଦେବ ମଟାରୀ, ସଂପାଦକ ସୁଶାନ୍ତ ନାଗ, ସହ ସମ୍ପାଦକ ଯୋଗେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଭାବେ କମଲେଶ ଅଗ୍ରୱାଲଙ୍କୁ ଦାଇତ୍ୱ ଦିଆଯାଇଥିଲା । ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଉପଦେଷ୍ଟା କମିଟି ମଧ୍ୟ ଗଠନ କରାଯାଇଥିଲା । ସଭା ଶେଷରେ ନୂତନ ସଭାପତି ସମସ୍ତଙ୍କ ସହଯୋଗ କାମନା କରିବା ସହ ଗିରିଶ ଚନ୍ଦ୍ର ନାଏକ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ପାଇକମାଲ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ କାଲିଆ, ଗୋବର୍ଦ୍ଧନ ଅଗ୍ରୱାଲ, କୁସୁମ ରାଓ, ସୁବୋଧ ପଣ୍ତା, ଜନାର୍ଦ୍ଦନ ପଣ୍ତା, ଶଙ୍କର ଦାଶ, ମାତୃ ପ୍ରସାଦ ରଥ, ଆଶୁତୋଷ ସାହୁ, ନିମାଇଁ ନନ୍ଦ ହୋତା, ଆକାଶ ପାଣିଗ୍ରାହୀ, ମୂଜାଫର ହୁସେନ, ନରେନ୍ଦ୍ର ସାହୁ, ଅମୃତ ପଣ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.