ବରଗଡ଼, (ସତ୍ୟନାରାୟଣ ପଧାନ) : ଆସନ୍ତା ଜାନୁୟାରୀ ୧୧ ତାରିଖରୁ ବରଗଡ଼ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ନାମା ଜାରି କରାଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଦେଶ ସଂଖ୍ୟା VI – 28/2020-45/EMG.dated 5-1-2021 ଅନୁଯାୟୀ ସମସ୍ତ ଧର୍ମାନୁଷ୍ଠାନ ଗୁଡ଼ିକରେ ପୂଜା/ପ୍ରାର୍ଥନା ଆଦି କରାଯାଇପାରିବ । ଏଥିପାଇଁ ଉକ୍ତ ଧର୍ମାନୁଷ୍ଠାନ ସଂପୂର୍ଣ୍ଣ କୋଭିଡ-୧୯ ଗାଇଡ ଲାଇନ ପାଳନ କରିବାକୁ ସୂଚିତ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ସମସ୍ତ ଧର୍ମାନୁଷ୍ଠାନ ଯଥା ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଆଦି କୋଭିଡ -୧୯ ସପ୍ସକ୍ରମଣକୁ ଦୃଷ୍ଟି ରେ ରଖି ଗତ ୨୦-୩-୨୦୨୦ରୁ ସାଧାରଣ ଭକ୍ତଙ୍କ ପାଇଁ ଆରାଧନା / ପ୍ରାର୍ଥନା ବନ୍ଦ ରହିଥିଲା । ତେବେ ସର୍ବସାଧାରଣଙ୍କ ପୂଜା ଆରାଧନା/ ପ୍ରାର୍ଥନା ପାଇଁ ଧର୍ମାନୁଷ୍ଠାନ ଗୁଡିକୁ କୋଭିଡ ଗାଇଡ ଲାଇନନୁଯାଇ ମାକ୍ସ ପିନ୍ଧିବା, ୬ ଫୁଟ ସାମାଜିକ ଦୂରତା ପାଳନ, ଏବଂ ହାତ ଧୋଇବା ଓ ସେନିଟାଇଜ କରିବାକୁ ବାଧ୍ୟତାମୁଳକ କରାଯାଇଛି ।
Next Post