ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ୱନ୍ଧରେ ତାଙ୍କର ଅଭିମତ ରଖିଥିଲେ ଓ ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ରାଣୀ ମହାନ୍ତି ଯୋଗାଭ୍ୟାସ କରିଥିବା ବେଳେ ମାନସ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହି ପରି ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ସୁଦ୍ୟୁମ୍ନ ଆର୍ଯ୍ୟ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ବନ୍ଧରେ ଅଭିଭାଷଣ ରଖି କିଛି ଗୁରୁତ୍ୱପୂର୍ଣ୍ଣ ଯୋଗାଭ୍ୟାସ କରେଇ ଥିଲେ । ଏହି ଅବସରରେ ଶିକ୍ଷକ ପ୍ରମୋଦ ନାଥ, ଶ୍ରୀମତୀ ନନ୍ଦିନୀ ମିଶ୍ର ତାଙ୍କର ମତବ୍ୟକ୍ତ କରିବା ସହ ଯୋଗାଭ୍ୟାସରେ ଯୋଗ ଦେଇଥିଲେ । ଚନ୍ଦ୍ରଭାନୁ ବଡଗୁଛିଆ, ସୁରେଶ ପଟେଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଲେଖ୍ରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.