ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠକୁ ସଫାସୁତୁରା ରଖିବା ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥରେ ବଢୁଥିବା ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ତଥା ମନ୍ଦିର ପ୍ରଶାସନକୁ ମନ୍ଦିର ଚତୁଃପାର୍ଶ୍ଵକୁ ସଫା ରଖିବାରେ ଧ୍ୟାନ ଦେବାପାଇଁ ପତ୍ର ମାଧ୍ୟମରେ ହେପି ପାଇକମାଲ ତରଫରୁ ଲେଖି ଜଣାଯାଇଛି । ଏହି ପତ୍ରରେ ପ୍ଲାଷ୍ଟିକ ସାମଗ୍ରୀକୁ ଡଷ୍ଟବିନ୍‌ରେ ପକାଇବା ତଥା ନୃସିଂହନାଥରେ ଷ୍ଟାଫ୍ ସମସ୍ୟାକୁ ଠିକ୍ କରିବା ଓ ଅନ୍ୟାନ୍ୟ ସମସ୍ୟା ଦର୍ଶା ଯାଇଥିଲା । ହେପି ପାଇକମାଲର ଏଡମିଁ ୟୋଗେସ ଅଗ୍ରୱାଲ, ରୋଶନ ପାଣିଗ୍ରାହୀ, ଶେଷଦେବ ରଣା ଓ ରୁନନ୍ଦ ସାହୁ ଏହି ପତ୍ରକୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.