ପୂର୍ବତନ ମୁରିବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ମାତୃ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସୁନ୍ଦରମତି ବାଗଙ୍କ ମା’ ଲାଲ ତାଣ୍ଡି(୭୦)ଙ୍କ ବୁଧବାର ତାଙ୍କ ସାଲେପଡା ଗ୍ରାମରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ତାଙ୍କର ୩ ପୁଅ ବିଷ୍ଣୁ ତାଣ୍ଡି, ଯୁଦେଷ୍ଟି ତାଣ୍ଡି, ଦ୍ୱାରି ତାଣ୍ଡି ଏବଂ ୨ ଝିଅ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା ସୁନ୍ଦରମତି ବାଗ ଓ ରାଇବତୀ ଦୀପ ଅଛନ୍ତି । ତାଙ୍କ ପରଲୋକ ଖବର ପାଇ ଜ୍ୱାଇଁ, ନାତିନାତୁଣୀ, ପରିବାର, ଆତ୍ମୀୟସ୍ୱଜନ ଓ ସମସ୍ତ ଗ୍ରାମବାସୀ ଶବାଧାରରେ ସାମିଲ ହୋଇଥିଲେ । ଅନ୍ତେଷ୍ଟିକ୍ରିୟାରେ ତାଙ୍କ ବଡ଼ ପୁଅ ବିଷ୍ଣୁ ତାଣ୍ଡି ମୁଖାଗ୍ନି ଦେଇଥିଲେ । ପରଲୋକ ଖବର ପ୍ରସାରିତ ହେଲାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.