oom

ପଦ୍ମପୁର ଓକିଲ ସଂଘ ତରଫରୁ ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂଘର ସଭାପତି ଆନନ୍ଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଓକିଲ ସଂଘର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଦସ୍ୟମାନେ ଅଞ୍ଚଳର ବିଭିନ୍ନ ବିଷୟ, ସମସ୍ୟା, ଆବଶ୍ୟକତା ଉପରେ ସାଂସଦଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ବରଗଡ଼ରୁ ନୁଆପଡ଼ା ନୂତନ ରେଳ ଲାଇନ ଭାୟା ପଦ୍ମପୁର ବିଷୟ, କେନ୍ଦ୍ରୀୟ ବିଦ୍ୟାଳୟ, ପଦ୍ମପୁର ଜିଲ୍ଲା ବିଷୟ ଏମିତି ଅନେକ ବିଷୟକୁ ନେଇ ଆଲୋଚନା ହେଇଥିଲା । ସାଂସଦ ଶ୍ରୀ ପୁରୋହିତ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି । ସମସ୍ତଙ୍କର ସହଯୋଗ ଏବଂ ମାର୍ଗ ଦର୍ଶନରେ ନିଶ୍ଚିତ ଭାବେ ଆମ ଅଞ୍ଚଳର ବିକାଶଧାରା ବଢ଼ିବ ବୋଲି କହିଥିଲେ । ସଂଘର ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ପରମେଶ୍ୱର ସାହୁ, ପ୍ରଦୀପ ଯୋଷୀ, ରାମରତନ ପୁରୋହିତ, ଆଶିଷ ମିଶ୍ର, ସୁଶାନ୍ତ ରଥ, ଅଜିତ ଶତପଥୀ, ସୁନିଲ ଦାଶ, କେଶବ ସାହୁ, ପ୍ରଦୀପ ସାହୁ, ହରିଶଙ୍କର ସିଂହ, ରାଜକିଶୋର ସାହୁ, ଶାନ୍ତନୁ ତ୍ରିପାଠୀ, ସୁଶାନ୍ତ ସାହୁ, ରୋହିତ କୁମାର ଭୋଇଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସଂଘର ସଂପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.