csstore

ମୁଗ ମଣ୍ଡି ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଧିନସ୍ଥ ବକୁଲବନ ମହିଳା କୃଷକ ଉତ୍ପାଦକ କମ୍ପାନୀ ଆନୁକୁଲ୍ୟରେ ତା୧୧/୬/୨୦୨୪ ରିଖ ସକାଳ ୧୦ଟା ସମୟରେ ଆନୁଷ୍ଠାନିକ ଭାବେ ରବି ୨୦୨୩-୨୪ନିମନ୍ତେ ମୁଗ ମଣ୍ଡିର ଶୁଭ ଉଦ୍‌ଘାଟନ ହୋଇ ଯାଇଛି । କମ୍ପାନୀର ନିର୍ଦ୍ଦେଶିକା ଜ୍ୟୋତ୍ସ୍ନାରାଣୀ ନନ୍ଦ ମଞ୍ଜୁଲତା ପ୍ରଧାନ ପ୍ରଭାସିନୀ ମିଶ୍ର ପ୍ରଶାନ୍ତ ମିଶ୍ର ଓ ସୋନାଲି ପ୍ରଧାନଙ୍କ ଉଦ୍ୟମରେ ସ୍ଥାନୀୟ ଚାଷୀ ମାନଙ୍କ ଗ୍ରହଣରେ ମାର୍କଫେଡ୍ ଜିଲ୍ଲା ସଂଯୋଜୋକ ଏମ୍‌ଡି ଅବଦୁଲ ହୈଙ୍କ ଦ୍ୱାରା ମୁଗ ମଣ୍ଡି ଉଦ୍‌ଘାଟନ କରାଯାଇଥିଲା ଉପାସିତ ମୁଗ ଚାଷୀ ମାନଙ୍କୁ ଉତ୍ତମ ଗୁଣ ମାନର ମୁଗ କିଲୋ ପିଛା ଟଙ୍କା ୮୫.୫୮ପଇସାରେ ମାର୍କଫେଡ଼ ମାଧ୍ୟମରେରେ କାର୍ଯ୍ୟ କରାଯାଇ ଦିଆଯିବ ତେଣୁ ଭଲ ଭାବେ ମୁଗ ସଫା ସଫା କରି କମ୍ପାନୀ ଦ୍ଵାରା ଆୟୋଜିତ ବୀରରାମପୁର୍ କାର୍ଯ୍ୟାଳୟ ପରିସର ମଣ୍ଡିରେ ନିର୍ଦ୍ଧାରିତ ଦୀନାଙ୍କରେ ବିକ୍ରୟ କରିବା ପାଇ ନିର୍ଦ୍ଦେଶିକା ମାନେ ପରାମର୍ଶ ଦେବା ସହିତ ଚାଷୀ ମାନଙ୍କ ମୁଗ ବିକ୍ରୟ ମୂଲ୍ୟ ଚାଷୀ ମାନଙ୍କ ଜାମା ଖାତାକୁ ଆସିବା ପାଇ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ କାର୍ଯ୍ୟାଳୟ ତରଫରୁ ବର୍ଷା ରାଣୀ ବାରିକ ଓ ସତ୍ୟ ବ୍ରତ ପ୍ରଧାନ ସହଯୋଗ କରିଆସି ଥିଲେ ।

jayashree
Leave A Reply

Your email address will not be published.