ଏନ୍.ସି.ସି ଶିବିରରେ ଡିଏଭି ଛାତ୍ରଛାତ୍ରୀଙ୍କ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡ଼. ଏ.ଏନ୍.କେ. ଡିଏଭି ପବ୍ଲିକ ସ୍କୁଲର ଏନ୍.ସି.ସି ଛାତ୍ରଛାତ୍ରୀମାନେ ଗ୍ରୀଷ୍ମକାଳୀନ ଛୁଟିର ସୁଯୋଗ ନେଇ ଫାଇରିଂ କ୍ୟାମ୍ପରେ ଯୋଗ ଦେଇଥିଲେ । ଏନ୍.ସି.ସି ନବମ ବାଟାଲିଅନ୍‌ର ନିର୍ଦ୍ଦେଶରେ ରାଉରକେଲା ଠାରେ ଓ.ଏସ୍.ଏ.ପି ଫାଇରିଂ ରେଞ୍ଜରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ୨୮ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇ ଅଭ୍ୟାସ ମଧ୍ୟ କରିଥିଲେ । ବିଦ୍ୟାଳୟର ଏ.ଏନ୍.ଓ ଥାର୍ଡ ଅଫିସର ସୁଶ୍ରୀ ସୋମ୍ୟା ସୁରଭିତା ଗୁରୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଏଭଳି ସୁଯୋଗ ପାଇଥିଲେ । ବିଦ୍ୟାଳୟର ଗ୍ରୀଷ୍ମକାଳୀନ ଛୁଟି ଚାଲିଥିବା ବେଳେ ବିଦ୍ୟାଳୟର ଏନ୍.ସି.ସି ଛାତ୍ରଛାତ୍ରୀମାନେ ନିଜର କୁଶଳତା ଶିକ୍ଷା କରି ଦକ୍ଷତା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.