ସ୍ୱାଭିମାନୀ ଓଡ଼ିଆଣୀର ପ୍ରଥମ ରଜ ଅର୍ଘ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ଵାଭିମାନୀ ଓଡ଼ିଆଣୀର ପ୍ରଥମ ରଜ ଅର୍ଘ୍ୟ ରାଉରକେଲା କ୍ଲବ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ମାନସୀ ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ସୌଦାମିନୀ ସିଂ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଜଲକ୍ଷ୍ମୀ ପାତ୍ର, ନିଶିପଦ୍ମା ନନ୍ଦ, ବନ୍ଦିତା ମହାନ୍ତି, ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ରଜକୁ ଏକ ଗଣପର୍ବ ଓ ଏହାର ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରଜ ସୁନ୍ଦରୀ ପ୍ରତିଯୋଗିତା ସହ ପୋଡପିଠା, କରଞ୍ଜି, ମିଠାପାନ, ରସଗୋଲା, ଦହିବରା ଆଦି ପ୍ରସ୍ତୁତ କରାଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସେହିପରି ମାନସୀ ଦାସ ମହାପାତ୍ର, ନମିତା ମହାପାତ୍ର, ରାଜଲକ୍ଷ୍ମୀ ସୂତାର, ପ୍ରିୟଙ୍କା ବିଶ୍ୱାଳ ନୃତ୍ୟ ପରିବେଷଣ କରିଥିଲେ । ରଜ ସୁନ୍ଦରୀ ପ୍ରତିଯୋଗିତାରେ ରାଜଲକ୍ଷ୍ମୀ ସୂତାର ବିଜୟିନୀ ହୋଇ ମୁକୁଟ ଧାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳ୍ପନା ଶତପଥୀ, ଲାବଣ୍ୟପ୍ରଭା, ନିବେଦିତା ସାହୁ, ସନ୍ତୋଷିନୀ ଧରୁଆ, ଦିପ୍ତୀ ପ୍ରଧାନ, ସମିତା ପାଢ଼ୀ, ତୃପ୍ତି ସାହୁ, ମନୋରମା, ସୁରେଖା ମଲ୍ଲିକ, ପ୍ରିୟଙ୍କା ବିଶୋଇ, ଦୀପିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁପ୍ରଭା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.