ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୁଧବାର ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ୱାଗତ କରାଯାଇଛି । ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକା କଳା ମାଧ୍ୟମରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ମୁଖମଣ୍ଡଳର ପ୍ରତିକୃତି ବାନାଇବା ସହ ସେଥିରେ ରଙ୍ଗ ଦେଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉକ୍ତ ବାଲୁକା କଳା ଆକର୍ଷିତ କରିଛି । ଯୁବ ବାଲୁକା ଶିଳ୍ପୀଙ୍କ ଏପରି ଆକର୍ଷଣୀୟ କଳାକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.