କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ପତ୍ର ପୋଡି ନଷ୍ଟ

ମାଲକାନଗିରି : ଏମ୍‌ଭି-୩ ଗ୍ରାମରେ ଥିବା କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ । ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ ପୋଡିଯାଇଥିଲା । ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ । ଲକ୍ଷାଧିକ ଟଙ୍କାର ପତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଏହି ଗୋଦାମରେ କିପରି ନିଆଁ ଲାଗିଲା ତାହା ଜଣାପଡିନି । ପୁଲିସର ତଦନ୍ତ ପରେ ହିଁ ଘଟଣା ସ୍ପ୍େ‌ଟ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.